କେନାଲକୁ ଖସିପଡ଼ିବାରୁ ଚାଷୀଙ୍କ ମୃତ୍ୟୁ

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ସାଳନ୍ଦୀ କେନାଲକୁ ଖସି ପଡି ଶୁକ୍ରବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ କୁନ୍ତଳା ଗ୍ରାମପଞ୍ଚାୟତର ଖୀଲାରସାହିର ରାମଚନ୍ଦ୍ର ଖୀଲାର (୪୨)। ସେ ଆଜି ସକାଳୁ ଧାନ ତଳା ନେଇ କେନାଲ ଆଡି ବନ୍ଧରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲେ। ପରିବାରଲୋକେ ଯଥା ଶୀଘ୍ର ରାମଚନ୍ଦ୍ରଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର