ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଫାଣ୍ଡି ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ଲୋକେ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ନିକଟରେ ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମହାଦେବପାଲି ଫାଣ୍ଡି ସମ୍ମୁଖରେ ସ୍ଥାନୀୟ ଲୋକେ ସାଇକେଲ ଆରୋହୀଙ୍କର ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି। ବିନିକା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସହାୟତା ପାଇଁ ପ୍ରତିଶୃତି ଦେବା ପରେ ବିକ୍ଷୋଭ ବନ୍ଦ ହୋଇଥିଲା ।

ସୁଚନା ଅନୁସାରେ ନାଗପାଲି ଗ୍ରାମର ଦୁଗ୍ଧ ଚାଷୀ ଉପେନ୍ଦ୍ର ନାଗ (୫୮) କ୍ଷୀର ଦେଇ ସାଇକେଲରେ ଘରକୁ ଫେରୁଥିଲେ। ଫେରିବା ବାଟରେ ସୋନପୁର-ବିନିକା ମୁଖ୍ୟରାସ୍ତା କର୍ତ୍ତଙ୍ଗ ଛକଠାର ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ବିନିକା ପଟରୁ ଦ୍ରୁତଗତିରେ ଆସୁଥିବା ବାକଇ (ଓଡ଼ି-୧୭ପି-୯୧୫୦) ଉପେନ୍ଦ୍ରଙ୍କୁ ଧକ୍କା ଦେଇଥିଲା। ଏଥିରେ ଉପେନ୍ଦ୍ର ଗୁରୁତର ଆହାତ ହୋଇ ଥିଲେ । ଧକ୍କା ଦେଇ ଗାଡ଼ି ଚାଳକ ଫେରାର ହୋଇ ଯାଇଥିଲାା ବିନିକା ଦମକଳ ବାହିନି ପହଞ୍ଚି ଘଟଣାସ୍ଥଳରୁ ଶ୍ରୀ ନାଗଙ୍କୁ ଉଦ୍ଧାର କରି ବିନିକା ଡ଼ାକ୍ତରଖାନାକୁ ଆଣିଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଶ୍ରୀ ନାଗଙ୍କ ପାଣ ବାୟୁ ଉଡ଼ିଯାଇଥିଲା ।

ସମ୍ବନ୍ଧିତ ଖବର