ମାଲକାନଗିରି: ନାଳରେ ପଡ଼ି ଶ୍ରମିକ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସହରର ପୁରୁଣା ଥାନା ନିକଟରେ ଥିବା ଏକ ନାଳରେ ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ଶ୍ରୀନିବାସ ରାଓ ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଠାରେ। ଏଠାରେ ସେ ଅନ୍ୟ ଶ୍ରମିକମାନଙ୍କ ସହିତ ମିଶି ଏକ କୋଠା ନିର୍ମାଣ କାର୍ଯ୍ୟରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ କୌଣସି କାରଣରୁ ନାଳରେ ପଡ଼ିଯିବା ସହିତ ଘଟଣାସ୍ଥଳରେ ହିଁ ମୃତ୍ୟ ବରଣ କରିଛନ୍ତି।

ସମ୍ବନ୍ଧିତ ଖବର