ଅନୁଗୁଳ:ଦୁର୍ଘଟଣାରେ ଆହତ ଯୁବକଙ୍କ ଉପରେ ଚଢ଼ିଗଲା କାର

ଅନୁଗୁଳ: ଆଜି ସକାଳେ ଏକ ଠ୍ରକ ପଛପଟେ ପିଟି ହୋଇ ପଡ଼ିଯାଇଥିବା ଜଣେ ଯୁବକଙ୍କ ଉପରେ କାର ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଜଣେ ଯୁବକ ଆହତ ହୋଇଛନ୍ତି।
ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ନାଲୋକନଗରରୁ ଅନୁଗୁଳ ଆଡ଼କୁ ଯାଉଥିିବା ଏକ ଟ୍ରକ ପଛେପଛେ କାର୍ତ୍ତିକେଶ୍ୱର ପଣ୍ଡା ଓ ପ୍ରକାଶ କୁମାର ନାମକ ଦୁଇଜଣ ଯୁବକ ଯାଉଥିଲେ। ତେବେ ନାଲକୋ ଛକ ନିକଟରେ ଟ୍ରକ୍‌ଟି ହଠାତ ବ୍ରେକ ମାରି ଦେବାରୁ ବାଇକଟି ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ଓ ଦୁହେଁ ତଳେ ପଡ଼ିଯାଇଥିଲେ। ଏହି ସମୟରେ ବାଇକ ପଛେ ପଛେ ଆସୁଥିବା ଓଡ଼ି ୧୯ଏ ୨୨୭୦ ନମ୍ବର କାରଟି କାର୍ତ୍ତିକେଶ୍ୱର ପଣ୍ଡାଙ୍କ ଉପରେ ସମ୍ପୂର୍ଣ୍ଣ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର