ଖୋର୍ଦ୍ଧା: ଦୁର୍ଘଟଣାରେ ଯୁବକ ମୃତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣାରେ ଦେବ ଜେନା(୪୪ ବର୍ଷ) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଶ୍ରୀ ଜେନା ମୋଟର ସାଇକେଲରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲାଓ ସେ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଶ୍ରୀ ଜେନାଙ୍କ ଘର ମୋଟା ଭାଗବତ ସାହିରେ। ଖବର ପାଇ ଜଙ୍କିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର