ବରପାଲି: ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ବରଗଡ଼/ବରପାଲି: ବରଗଡ଼ ଜିଲ୍ଲା ବରପାଲି ଗାନ୍ଧି ଛକରେ ଆଜି ସକାଳେ ଏକ ଟ୍ରକ ଧକ୍‌କାରେ ଜଣେ ସାଇକେଲ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେବା ସହିତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ସକାଳୁ ବରଗଡ଼ରୁ ସିମେଣ୍ଟ ନେଇ ସୋନପୁର ଯାଉଥିିବା ଓଆର ୧୭ଇ ୧୩୮୨ ନମ୍ବର ବିଶିଷ୍ଟ ଟ୍ରକର ଚକା ଫାଟି ଯିବାରୁ ଟ୍ରକ୍‌ଟିି ଭାରସାମ୍ୟ ହରାଇ ସାଇକେଲରେ ଯାଉଥିବା ପ୍ରତାପ ପୋଢ଼ (୪୫)ଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ପୋଢ଼ଙ୍କର ମୃତ୍ୟୁ ଘଟିଥିଲା। ମୃତି ଶ୍ରୀ ପୋଢ଼ଙ୍କ ଘର ବରପାଲି ନିକଟସ୍ଥ ବଦଲିପାଲି ଗାଁରେ ଓ ସେ କାମ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର