ମ.ରାମପୁର: ବିଦ୍ୟୁତ ଆଘାତରେ ଯୁବକ ମୃତ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁରର ରାମପୁର ବ୍ଲକ୍‌ ଅନ୍ତର୍ଗତ ସୀତାରାପାଲି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗଛରେ ଚଢ଼ି ସଜନାସାଗ ତୋଳୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛନ୍ତି।

ମିଳିଥିିବା ସୂଚନା ଅନୁଯାୟୀ, ମଦନପୁର ରାମପୁର ବ୍ଲକ୍‌ର ସୀତାରାପାଲି ଗାଁର ଗଜପତି ସାହୁ ନାମକ ଜଣେ ୩୧ ବର୍ଷୀୟ ଯୁବକ ନିଜ ଘର ପାଖରେ ଥବାଏକ ସଜନା ଗଛରେ ଚଢ଼ି ସାଗ ତୋଳୁ ଥିବା ବେଳେ ଅସାବଧାନତା ଯୋଗୁଁ ଉପରେ ଯାଇଥିିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ତେଣୁ ଗୁରୁତର ବିଦ୍ୟୁତ ଆଘାତ ପାଇ ଶ୍ରୀ ସାହୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର