କୂଅ ଭିତରେ ପଡ଼ି ୨ଘଣ୍ଟା ସଂଘର୍ଷ କରିବା ପରେ ଉଦ୍ଧାର ହେଲେ ବୃଦ୍ଧ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲୋଚାପଡ଼ାରେ ଏକ ଖୋଲା କୂଅ ଭିତରେ ପଡ଼ିଯାଇଥିବା ଜଣେ ବୃଦ୍ଧଙ୍କୁ ରବିବାର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ଲୋଚାପଡ଼ାରେ ଥିବା ଏକ ୨୫ଫୁଟର ଖୋଲା କୂଅ ଭିତରେ ୫୫ବର୍ଷିଅ ଜଣେ ବୃଦ୍ଧ ଅସାବଧାନତା ହେତୁ ଆଜି ସକାଳ ୬ଟା ପାଖାପାଖି ହେବ ପଡ଼ି ଯାଇଥିଲେ। ତେବେ ବୃଦ୍ଧଙ୍କୁ ଘରେ ନପାଇବାରୁ ଘର କୁଆଡେ ଗଲେ ବୋଲି ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ବୃଦ୍ଧ ଜଣକ ପରେ କୂଆ ଭିତରେ ପଡ଼ିଥିବା କଥା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ମିଶି ବୃଦ୍ଧ କୂଅ ଭିତରୁ ସଫଳତା ସହିତ ଉଦ୍ଧାର କରିଥିଲେ। ପାଖାପାଖି ୨ଘଣ୍ଟା ଧରି କୂଅ ଭିତରେ ପଡିରହିବା ହେତୁ ବୃଦ୍ଧ ଅଣନିଶ୍ୱାସ ହୋଇ ପଡ଼ିଥିଲେ। ତେଣୁ ଉଦ୍ଧାର କରିବା ସଙ୍ଗେସଙ୍ଗେ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର