ନୂଆପଡ଼ା: ପୋଖରିରୁ ନିଖୋଜ ବ୍ୟକ୍ତିିଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା: ଗତକାଲି ନିଖୋଜ ଥିବା ଡହର ମାଝି( ୫୮ ବର୍ଷ)ନାମ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଘର ଠାରୁ ଅଳ୍ପ ଦୂରରେ ଥିବା ପୋଖରିରୁ ଆଜି ସକାଳେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ଅନ୍ତର୍ଗତ ବେଲଟୁକୁରି ଗ୍ରାମର ଡହର ମାଝି ଚାଷ କାମ ପାଇଁ ବିଲକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ଶ୍ରୀ ମାଝିଙ୍କ ଶବ ପୋଖରିରେ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର