ଜୟପାଟଣା: ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିବା ଯୁବକଙ୍କୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା

ଜୟପାଟଣା(କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତୁମେରମୁଣ୍ଡା ଗ୍ରାମରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଆଜି ସକାଳେ ପଥରରେ ଛେଚି ହତ୍ୟା କରିଛନ୍ତି। ତୁମେରମୁଣ୍ଡା ଗାଁର ରାସ୍ତା କଡ଼ରେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିିବା ଯୁବକଙ୍କ ହତ୍ୟାକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଛି। ଏକ ତ୍ରିକୋଣୀୟ ପ୍ରେମ ଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଗ୍ରାମରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କଲମପୁର ଗାଁର କୌଳାସ ମାଢ଼ୀ ଆଜି ସକାଳୁ ସକାଳୁ ମର୍ଣ୍ଣିଂ ଓ୍ଵାକ୍‌ରେ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ତେବେ ସକାଳ ପ୍ରାୟ ୮ଟା ବେଳେ ତାଙ୍କ ମୃତଦେହ ଗାଁ ରାସ୍ତା କଡ଼ରେ ପଡ଼ିଥିବା ଦେଖି ଲୋକେ ତାଙ୍କ ପରିବାର ଓ ପୁଲିସକୁ ଖବର ଦେଇଥିଲେ। କୈଳାସଙ୍କୁ ମୁଣ୍ଡକୁ ଏକାଧିକ ପଥରରେ ଛେଛି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌୍‌ ଟିମ୍‌ ଓ ଡଗ୍‌ ସ୍କ୍ଵାଡ୍‌ ପହଞ୍ଚିବା ପରେ ମୃତଦେହ ପଞ୍ଚନାମା କରାଯାଇ ବ୍ୟବଛେଦ ପାଇଁ ପଠାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛିି। ଅପରପକ୍ଷେ ଜଣେ ଯୁବତୀଙ୍କ ସହିତ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଓ ଏହି ପ୍ରେମ ସମ୍ପର୍କ ତ୍ରିକାଣୀୟ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର