ଜଟଣୀ: ମଉସାର ଗୁଳି ମାଡ଼ରେ ପୁତୁରା ଗୁରୁତର

ଜଟଣୀ: ଜମିଜମା ବିବାଦକୁ କେନ୍ଦ୍ର କରି ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗାଁରେ ଗୁଳି ଫୁଟିଛି। ମଉସାର ଗୁଳି ମାଡ଼ରେ କୁସମାଟି ଗାଁର ପୁତୁରା ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ପୁତୁରାକୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କୁସୁମାଟି ଗାଁର ବିଶ୍ୱରଞ୍ଜନ ସୁବୁଦ୍ଧିଙ୍କର ତାଙ୍କ ମଉସା ସୁଶାନ୍ତ ସାହୁଙ୍କ ସହିତ ଜମିବାଡ଼ି ମାମଲାକୁ ନେଇ ବିବାଦ ଲାଗି ରହଥିଲା। ଆଜି ସକାଳେ ମଉସା ସୁଶାନ୍ତ କୁସୁମାଟି ଗାଁର ପହଞ୍ଚିବା ପରେ ପୁତୁରା ବିଶ୍ୱରଞ୍ଜନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ପରେ ସୁଶାନ୍ତ ବିଶ୍ୱରଞ୍ଜନକୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର