ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ଯୁବକଙ୍କ ପରିବାର ଲୋକେ

ନବରଙ୍ଗପୁର: ଜଣେ ବିବାହିତ ଯୁବକ ଓ ଅନ୍ୟ ଜଣେ ଅବିବାହିତ ଝିଅଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଅଞ୍ଚଳରେ ଶୁକ୍ରବାର ସକାଳୁ ଏହି ଘଟଣା ଦେଖିବାକୁ ମିଳିଛି। ଅବିବାହିତ ଯୁବତୀର ନିର୍ବନ୍ଧ ସରିଥିଲା ବୋଲି କୁହାଯାଉଛି।

ସୂଚନା ଅନୁସାରେ ଫଟକି ଗାଁର ନରୋତ୍ତମ ନାୟକ ଓ ଗାଁର ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତଦେହକୁ କାର୍ଯ୍ୟକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଛରୁ ଉଦ୍ଧାର କରିଛନ୍ତି। ଗାଁ ଠାରୁ ୧ କିଲୋମିଟର ଦୂରରେ ଥିବା ଏକ ଗଛରେ ୨ଟି ମୃତଦେହ ଝୁଲୁଥିବାର ଆଜି ସକାଳୁ ଗ୍ରାମବାସୀ ଦେଖିଥିଲେ। ଏହା ପରେ ଲୋକ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସୂଚନା ମିଳିବା ପରେ ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ ମୃତ ନରୋତ୍ତମଙ୍କ ପତ୍ନୀ କହିଛନ୍ତି, ସେମାନେ ଗୁରୁବାର ରାତି ଶୋଇବାକୁ ଯାଉଥିବା ବେଳେ ଏକ ଫୋନ କଲ ଆସିଥିଲା। ଏହା ପରେ ନରୋତ୍ତମ ବାହାରକୁ ଯାଇ ଆଉ ଫେରି ନ ଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନରୋତ୍ତମର ଏକ ୩ ବର୍ଷିଅ ପୁଅ ଅଛି।

ସମ୍ବନ୍ଧିତ ଖବର