ପୋଲ ଉପରେ ସ୍ତ୍ରୀ ସହ ଯୁକ୍ତିତର୍କ, ଉତ୍ତେଜିତ ଯୁବକ କାଠଯୋଡ଼ିକୁ ଡେଇଁ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କଟକ: ପୋଲ ଉପରେ ନିଜ ସ୍ତ୍ରୀ ସହ ବହୁ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିବା ପରେ ବୁଧବାର ଅପରାହ୍ଣରେ ଜଣେ ଯୁବକ ଉତ୍ତେଜିତ ହୋଇ କାଠଯୋଡ଼ିକୁ ଡେଇଁଛନ୍ତି। କଟକ ସହରରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ଯୁବକ ଆଜି ନିଜ ସ୍ତ୍ରୀ ଓ ଶିଶୁଙ୍କୁ ନେଇ କାଠଯୋଡ଼ି ପୋଲ ଉପର ଦେଇ ଯାଉଥିଲେ। ମଝି ରାସ୍ତାରେ ସେମାନେ ପୋଲ ଉପରେ ବାଇକ୍‌ ରଖିଥିଲେ। ଏହା ପରେ କୌଣସି ପାରିବାରିକ କଳହକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଯୁବକ ଜଣକ ଉତ୍ତେଜିତ ହୋଇ କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ।

ଏବାବଦରେ ସଂପର୍କରେ ସୂଚନା ମିଳିବା ପରେ ଏକ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଂଚିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ଯୁବକ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ଖରଞ୍ଜ ଗ୍ରାମର ଜଗଦାନନ୍ଦ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର