ପରାଜିତ ସରପଞ୍ଚ ପ୍ରାର୍ଥୀନିଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁଲାଗଡ଼ ପଞ୍ଚାୟତର ପରାଜିତ ସରପଞ୍ଚ ପ୍ରାର୍ଥୀନୀଙ୍କ ସ୍ୱାମୀ ବାବୁ ପ୍ରଧାନଙ୍କୁ ବୁଧବାର ସଂଧ୍ୟାରେ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ହତ୍ୟା କରାଯାଇଛି। ଧରାକୋଟ ଥାନା କୁଲାଗଡ଼ ପଞ୍ଚାୟତର ବାଦଗଡ଼ ଗାଁର ବାବୁ ଆଜି ସନ୍ଧ୍ୟାରେ ଘରୁ ବାହାରି ଗାଧେଇବାକୁ ଚାଦର ପିନ୍ଧି ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ପାଞ୍ଚ ରୁ ଛଅ ଜଣ ଯୁବକ ଅତି ନିର୍ମମ ଭାବେ ହାଣି ଥିଲେ।

ଜେଲରୁ ଫେରନ୍ତା ଅଭିଯୁକ୍ତ ବାବୁ ପ୍ରଧାନଙ୍କ ମୁଣ୍ଡ, ବେକ, ପିଠି, ଗୋଡ଼ ଏବଂ ହାତକୁ କୋଡିଏରୁ ଅଧିକ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ସେଠାରୁ ବ୍ରହ୍ମପୁର ବଡ ମେଡିକାଲ ନେବା ବେଳେ ବାଟରେ ବାବୁ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା।

ପୂର୍ବରୁ ବାବୁ ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଜାମିନରେ ଆସି ଗାଁ ବାହାରେ ରହୁଥିଲା। ବାବୁର ମା’ ମରିଯିବା ଯୋଗୁ ସେ ଏକ ମାସ ହେଲା ଗାଁରେ ଥିଲା। ବାବୁର ମୃତ୍ୟୁକୁ ନେଇ ବାଦଗଡ଼ରେ ଉତେଜନା ଦେଖା ଦେଇଛି। ଧରାକୋଟ ପୁଲିସ ବାଦଗଡ଼ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର