ଜମନକିରା: ରାଗରେ ପଡୋଶୀ ମହିଳାଙ୍କୁ ଟାଙ୍ଗିଆରେ ହାଣି ଦେଲେ ଯୁବକ

ପଡୋଶୀ ମହିଳାଙ୍କୁ ଟାଙ୍ଗିଆଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡପାଲିି ଗାଁରେ ଜଣେ ଯୁବକ ତାଙ୍କ ପଡୋଶୀ ଜଣେ ମହିଳାଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ଯୁବକଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଛିି। ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଯୁବକ ଜମନକିରା ଥାନାରେ ଆସି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଯୁବକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଜମନକିରା ଥାନା ଅନ୍ତର୍ଗତ ଗୌଡ଼ପାଲି ଗାଁର ପତରଫଡ଼ି ପଡ଼ାରେ ୧୪/୧୫ ପରିବାର ରୁହନ୍ତି। ତେବେ ପ୍ରତିଦିନ ସେହି ପଡ଼ାରେ ରହୁଥିବା ପତ୍ନୀପତି ଜେମା ମହାନନ୍ଦ ଓ ଅଲେଖ ମହାନନ୍ଦଙ୍କ ମଧ୍ୟରେ ବିଭିନ୍ନ କଥାକୁ ନେଇ ପାଟିତୁଣ୍ଡ ହୁଏ। ଗତକାଲି ରାତି ପ୍ରାୟ ୮ଟା ବେଳେ ଅଲେଖ ଓ ଜେମା ବଡ଼ପାଟିରେ ପାଟିତୁଣ୍ଡ କରିବାରୁ ପଡୋଶୀ ଗୋପବନ୍ଧୁ ଧାନଗୁଣ୍ଡଙ୍କପତ୍ନୀ ଛୁଆକାନି ଧାନଗୁଣ୍ଡ ତାଙ୍କ ଘରକୁ ଯାଇ ପାଟି ନ କରିବାକୁ ତାଗିଦ କରିଥିଲେ। ଅଲେଖ ଓ ଜେମା ପାଟି ବନ୍ଦ କରିବା ବଦଳରେ ଛୁଆକାନୀଙ୍କୁ ଗାଳିଗୁଲଜ କରିଥିଲେ। ଏଥିିରେ ଉତ୍ତ୍ୟକ୍ତ ହୋଇ ଗୋପବନ୍ଧୁ ଏକ ଟାଙ୍ଗିଆ ଧରି ଘଟଣାସ୍ଥଳରେ ପହଞ୍ଚିିବା ସହିତ ଜେମା ମହାନନ୍ଦ(୪୫ ବର୍ଷ)ଙ୍କୁ ଗାଁ ଦାଣ୍ଡକୁ ଭିଡିଆଣି ଟାଙ୍ଗିିଆରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ଜେମା ମହାନନ୍ଦଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଗୋପବନ୍ଧୁ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର