ବିଜେପୁର: ପତ୍ନୀଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ୱାମୀ ନିଜ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।


ପୁଲିସ ସୂତ୍ରରୁ ପ୍ରକାଶ ଯେ ଚାରପାଲି ଗଅ୍ରାମର ଭୁବନୀ ସାହୁ(୪୨ ବର୍ଷ), ପତ୍ନୀ ସେବତୀ ସାହୁ(୩୫ ବର୍ଷ) ୩ ଝିଅ ଓ ଗୋଟିଏ ପୁଅଙ୍କ ସହିତ ମିଶି ରହୁଥିଲେ। ତେବେ ବିଭିନ୍ନ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ଗତକାଲି ରାତିରେ ଏହି ପାଟିତୁଣ୍ଡ ହେବାରୁ ଭୁବନୀ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସେବତୀଙ୍କ ତଣ୍ଟିକୁ କାଟି ହତ୍ୟା କରିବା ପରେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ତେବେ ପିଲାମାନଙ୍କ କାନ୍ଦ ଶୁଣି ପଡ଼ିଶା ଲୋକେ ଆସିଏହି ଅଘଟଣାକୁ ଦେଖିଥିଲେ ଓ ଘଟଣାସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର