ଅନୁଗୁଳ: ଘରଭଡ଼ା ନେବା ଆଳରେ ଛୁରିରେ ଆକ୍ରମଣ କରି ଲୁଟ୍‌

ଅନୁଗୁଳ: ଆଜି ଦିନ ସାଢ଼େ ୧୧ଟା ବେଳେ ଘରଭଡ଼ା ନେବାକୁ ଆସି ଜଣେ ଯୁବକ ଘରର ମାଲିକାଣିଙ୍କୁ ଛୁରି ମାରି ଆହତ କରିବା ସହିତ ତାଙ୍କ ବେକରୁ ଏକ ସୁନା ଚେନ୍‌ ଲୁଟି ନେଇ ପଳାଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ୍‌୍‍ ଥାନା ଭଣ୍ଡୁଗର ଗାଁରେ ଜଣେ ଯୁବକ ଘର ଭଡ଼ା ନେବା ପାଇଁ ଯାଇ ଶକୁନ୍ତଳା ପଟ୍ଟନାୟକ ନାମକ ଜଣେ ମହିଳାଙ୍କ ଘରର ଡୋର ବେଲ ବଜାଇଥିଲେ। ଶକୁନ୍ତଳା କବାଟ ଖୋଲିବା ମାତ୍ରେ ଯୁବକ ଜଣକ ତାଙ୍କୁ ଏକ ଛୁରିରେ ଆକ୍ରମଣ କରି ତାଙ୍କ ବେକରୁ ଏକ ସୁନା ଚେନ୍‌ ଛିଡ଼ାଇ ପଳାଇ ଯାଇଥିଲେ। ମହିଳାଙ୍କ ହାତ ଓ ଅନ୍ୟାନ ସ୍ଥାନର ଆଘାତ ଲାଗିଛି। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଛି।

ସମ୍ବନ୍ଧିତ ଖବର