କାମାକ୍ଷାନଗର: ପୋଲ ଉପରକୁ ନଦୀକୁ ଖସିପଡ଼ି ଯୁବକ ନିଖୋଜ

କଙ୍କଡ଼ାହାଡ଼: ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ରାମିଆଳ ସେତୁ ଉପରେ ଯାଉଥିିବା ଜଣେ ବ୍ୟକ୍ତି ଭାରସାମ୍ୟ ହରାଇ ହାଇକେଲରୁ ନଦୀ ଭିତରକୁ ଖସିପଡ଼ିଛନ୍ତି। ସାଇକେଲଟି ପୋଲ ଉପରେ ପଡ଼ିଥିବାବେଳେ ବ୍ୟକ୍ତିଜଣକ ନଦୀର ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼ ଗ୍ରାମର ଦୁଷ୍ମନ୍ତ କୁମାର ନାୟକ(୪୫ ବର୍ଷ) ସାଇକେଲ ଯୋଗେ କଙ୍କଡ଼ାହାଡ଼ ବଜାରରୁ ଫେରୁଥିବା ବେଳେ କୌଣସି କାରଣରୁ ରାମିଆଳ ନଦୀ ଉପରେ ଥିବା ସେତୁ ଉପରେ ଭାରସାମ୍ୟ ହରାଇଥିଲେ। ସାଇକେଲରେ ପୋଲ ଉପରେ ରହି ଯାଇଥିିବା ବେଳେ ଶ୍ରୀ ନାୟକ ପୋଲ ତଳକୁ ନଦୀ ଭିତରକୁ ଖସି ପଡ଼ିଥିଲେ। ଦଣ୍ଡାଧାର ଡ଼୍ୟାମ୍‌ର ଗେଟ୍‌ ଖୋଲା ଯାଇଥିବାରୁ ରାମିଆଳ ନଦୀରେୀ ଜଳସ୍ତର ଅଧିକ ରହିବା ସହିତ ନଦୀର ସ୍ରୋତ ମଧ୍ୟ ଅଧିକ ରହିଛି। ତେଣୁ ପାଣିରେ ଖସିପଡ଼ି ଶ୍ରୀ ନାୟକ ନିଖୋଜ ହୋଇଯାଇଥିିବା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ଶ୍ରୀ ନାୟକଙ୍କର କୌଣସି ପତ୍ତା ମିଳି ନାହିଁ।

ସମ୍ବନ୍ଧିତ ଖବର