ଆସିକା: ସମ୍ପର୍କୀୟାଙ୍କ ଅସଦାଚରଣକୁ ବିରୋଧ କରିଥିବା ଯୁବକଙ୍କୁ ଋଷିକୁଲ୍ୟା ନଦୀପଠାରେ ଗୋଡାଇ ଗୋଡାଇ ହତ୍ୟା କଲେ ଦୁର୍ବୃତ୍ତ

ଆସିକା:ନିଜର ଜଣେ ସମ୍ପର୍କୀୟାଙ୍କୁ କେତେକ ଯୁବକ ଅସଦାଚରଣ କରିଥିଲେ। ଏ ନେଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ୪ ଜଣ ଯୁବକ ଗିରଫ ହୋଇଥଲେ। ନିକଟରେ ଅଭିଯୁକ୍ତମାନେ ଜାମିନରେ ମୁକୁଳିଥିଲେ। ଆଜି ସକାଳେଏହି ଅଭିଯୁକ୍ତମାନେ ଅଭିଯୋଗକାରୀ ଯୁବକଙ୍କୁ ଗୋଡ଼ାଇଗୋଡ଼ାଇ ଛୁରି ଭୁଶି ହତ୍ୟା କରିଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପୁଡୁଗେଶ୍ୱରପଲ୍ଲୀ ଗାଁରେ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୦ଟା ବେଳେ ପୁଡୁଗେଶ୍ୱରପଲ୍ଲୀ ଗ୍ରାମର ସାଗର ସ୍ୱାଇଁ ଋଷିକୁଲ୍ୟା-ବଡ଼ନଈର ସଙ୍ଗମସ୍ଥଳକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଫେରୁଥିବା ବେଳେ ତାଙ୍କୁ ଅନନ୍ତ ସ୍ୱାଇଁ ଟୁକୁନ ବାରିକ ପ୍ରମୁଖ ୪ ଜଣ ଯୁବକ ପୂର୍ବ ଶତୃତାରୁ ମାରିବାକୁ ଗୋଡ଼ାଇଥିଲେ। ନିଜ ଜୀବନ ବିକଳରେ ସାଗର ଦୌଡ଼ୁଥିବା ବେଳେ ଅଭିଯୁକ୍ତମାନେ ଗୋଡ଼ାଇ ଗୋଡି ତାଙ୍କ ଛୁରିରେ ଆକ୍ରମଣ କରିଥିଲେ। ତେବେ କିଛବାଟ ଦୌଡ଼ିବା ପରେ ସାଗର ପଡ଼ିଯିବାରୁ ଅଭିଯୁକ୍ତମାନେ ତାଙ୍କ ଉପରେ ବସିି ତାଙ୍କ ପେଟକୁ ଛୁରିରେ ଭୁଶି ଅନ୍ତବୁଜୁଳା ବାହାର କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସାଗରଙ୍କର ମୃତ୍ୟୁ ଘଟିଛି। ହତ୍ୟକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।
ସୂଚନାଯୋଗ୍ୟ ଯେ ସାଗରଙ୍କ ଜଣେ ସମ୍ପର୍କୀୟଙ୍କୁ ଅନନ୍ତ ଓ ତାଙ୍କର ଜଣେ ବନ୍ଧୁ ସଦାଚରଣ କରିଥିଲେ। ଏ ନେଇ ଆସିକା ଥାନାରେ ମାମଲା ରୁଜୁ ହୋଇଥିଲା। ଅନନ୍ତ ଓ ତାଙ୍କ ସାଥୀ ଏହି ଅଭିଯୋଗ ଭିତ୍ତିରେ ଗିରଫ ହୋଇଥିଲେ। ଜାମିନରେ ଫେରବା ପରେ ସେମାନେ ସାଗରଙ୍କୁ ଟାର୍ଗେଟ କରିଥିଲେ। ଆଜି ସୁଯୋଗ ପାଇ ସେମାନେ ସାଗରଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର