କେନ୍ଦ୍ରାପଡ଼ା: ଅଜଣା ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଓରତ- ଅଙ୍ଗୁଳେଇ ରାସ୍ତାର କୁମୁରୁଣି ଗାଁ ନିକଟ ନାଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ମାର୍ଶାଘାଇ ଥାନା ଅନ୍ତର୍ଗତ ଓରତ- ଅଙ୍ଗୁଳେଇ ରାସ୍ତାର ଅଳାଇଲୋ ପଞ୍ଚାୟତ କୁମୁରୁଣି ଗାଁ ନିକଟରେ ଆଜି ଜଣେ ଯୁବକଙ୍କ ମତଦେହ ଏକ ନିଛାଟିଆ ସ୍ଥାନରେ ପାଣିରେ ପଡ଼ିଥିବା କେତେକ ଲୋକ ଦେଖିଥଲେ। ଏ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ପାରି ନାହିଁ। ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ଯେ ସମ୍ଭବତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଆଣି ଏଠାରେ ଫିଙ୍ଗି ଦିଆଯାଇଛି। ତେବେ ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ ସମ୍ବାଦ ଲେଖାହେଲା ଯାଏ ଘଟଣାସ୍ଥଳରେ ପୁଲିିସ ପହଞ୍ଚି ନାହିଁ।। ମୃତ ଯୁବକ ଜଣକ ଏକ କଳାରଙ୍ଗର ଫୁଲ ପ୍ୟାଣ୍ଟ, କଳା ରଙ୍ଗର ଜ୍ୟାକେଟ, ଗୋଲାପି ରଙ୍ଗର ସାର୍ଟ ପିନ୍ଧିିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର