ନୟାଗଡ଼: ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା

ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କେଶପାନିିଆ ଗ୍ରାମର ସୁବାସ ଦାଶ(୩୩ ବର୍ଷ) ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଫାର୍ସା , ଭୂଜାଲିରେ ହାଣି ହତ୍ୟା କରିଛନ୍ତି। ମୃତ ଶ୍ରୀ ଦାଶ କେଶପାନିଆ ଗ୍ରାମର ପୂର୍ବତନ ଓ୍ଵାର୍ଡ ମେମ୍ବର ଥିବାରୁ ରାଜନୈତିକ ଶତୃତାରୁ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶ୍ରୀ ଦାଶଙ୍କ ମୋବାଇଲ ଫୋନ୍‌କୁ ଏକ କଲ ଆସିଥିଲା। ଏଥିରେ ତାଙ୍କର କେହି ଚିହ୍ନା ପରିଚୟ ବ୍ୟକ୍ତି ପାଣିି ବୋତଲ ନେଇ ହାଇସ୍କୁଲ ପାଖକୁ ଯିବାକୁ କହିଥିଲେ। ଏହି ଫୋନ୍‌୍‍ କଲ ପାଇବା ପରେ ଶ୍ରୀ ଦାଶ ଘରୁ ପାଣି ବୋତଲ ନେଇ ବାହାରକୁ ଯାଇଥିିଲେ। ତେବେ ରାତି ସାଢ଼େ ୧ଟା ସୁଦ୍ଧା ଶ୍ରୀ ଦାଶ ଘରକୁ ନ ଫେରିବାରୁ ସନ୍ଦେହରେ ପରିବାର ଲୋକେ ସ୍କୁଲ ପାଖକୁ ଯାଇ ଖୋଜାଖୋଜି କରିଥିଲେ। ସେଠାରେ ଶ୍ରୀ ଦାଶଙ୍କ ମୁଣ୍ଡକୁ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖି ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପୁଲିସ ସନ୍ଦେହ କରଉଛି କି, ଶ୍ରୀ ଦାଶଙ୍କ କୌଣସି ପରିଚିତ ଲୋକଙ୍କ ସହାୟତାରେ ତାଙ୍କୁ ପାଣି ବୋତଲ ଆଣିବା ବାହାନାରେ ବାହାରକୁ ଡ଼କାଯାଇଛି। ଶ୍ରୀ ଦାଶ ପାଣି ବୋତଲ ନେଇ ଯିବା ମାତ୍ରେ ତାଙ୍କୁ ଆକମଣ କରି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର