ମାଲକାନଗିରି: ପରକୀୟ ପ୍ରୀତିରୁ ଯୁବକଙ୍କୁ ହତ୍ୟା

ମାଲକାନଗିରି: ପତ୍ନୀଙ୍କ ସହିତ ପରକୀୟ ପ୍ରତି ସନ୍ଦେହରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରି ଘଟଣାର ରଦନ୍ତ ଆରମ୍ଭ କରିଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏମପିଭି-୪ ଗାଁର ନିରଞ୍ଜନ ସରଦାର ଓ ସେହି ଗ୍ରାମର ସମୀର ବୈରାଗୀଙ୍କ ମଧ୍ୟରେ ଗତ କିଛି ଦିନ ହେବ ପାଟିତୁଣ୍ଡ ଲାଗି ରହିଥିଲା ।ସମୀରଙ୍କ ପତ୍ନୀଙ୍କ ସହିତ ନିରଞ୍ଜନଙ୍କର ପରକୀୟା ପ୍ରୀତି ଥିଲା ବୋଲି ସମୀର ଅଭିଯୋଗ କରୁଥିଲେ। ଏପରିକି ତାଙ୍କ ପତ୍ନୀଙ୍କ ସହିତ ମିଳାମିଶା ନ କରିବାକୁ ସମୀର ନିରଞ୍ଜନଙ୍କୁ ପୂର୍ବରୁ ଚେତାବନୀ ଦେଇଥିଲେ। ଏହ ସତ୍ତ୍ୱେ ନିରଞ୍ଜନ ସମୀରଙ୍କ ଚେତାବନୀକୁ ଗୁରୁତ୍ୱ ଦେଇ ନ ଥିଲେ। ଗତକାଲି ରାତିରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ପରେ ନିରଞ୍ଜନ ଭେଜଙ୍ଗିଗୁଆ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଆଇଏମପିଭି -୩୮ ଗାଁ ନିକଟରେ ବୈରାଗୀ ପଛରୁ ଆସି ନିରଞ୍ଜନଙ୍କୁ ଛୁରିରେ ଭୁସି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ସମୀର ଫରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର