ବୁଗୁଡ଼ା: ଜମିବାଡ଼ି ଓ ରାଜନୈତିକ କାରଣରୁ ବୃଦ୍ଧଙ୍କୁ ହତ୍ୟା

ବୁଗୁଡ଼ା: ଜମିବାଡ଼ି ଓ ରାଜନୈତିକ ଶତୃତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ନୂଆପାଣିକେଶରୀ ଗାଁରେ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ମିଳିତଭାବେ ଖଣ୍ଡା, ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଅଜ୍ଞାନ ସ୍ୱାଇଁ (୬୦ ବର୍ଷ) ଓ ବ୍ରହ୍ମାନନ୍ଦ ପ୍ରଧାନ(୬୦ ବର୍ଷ)ଙ୍କ ପରିବାର ମଧ୍ୟରେ ଜମିବାଡ଼ି ମାମଲାକୁ ନେଇ ବିବାଦ ଲାଗି ରହିଥିଲା। ତେବେ ଉଭୟ ପରସ୍ପର ଦୁଇ ଭିନ୍ନ ରାଜନୈତିକ ଦଳ ସମର୍ଥକ ହୋଇଥିବାରୁ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଗତକାଲିି ରାତି ପ୍ରାୟ ୮ଟା ବେଳେ ଅଜ୍ଞାନ ବିହନ ଆଣିବା ପାଇଁ ବ୍ରହ୍ମାନନ୍ଦଙ୍କ ଘର ଦେଇ ଯାଉଥିବା ବେଳେ ତାଙ୍କୁ ବ୍ରହ୍ମାନନ୍ଦ, ତାଙ୍କ ଦୁଇ ପୁଅ ନଣ୍ଡା ଓ ପାଣ୍ଡବ ଅଟାକାଇ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅଜ୍ଞାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର