କେନ୍ଦ୍ରାପଡ଼ା: ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତନ୍ତିଆପାଳ ବାବର ପୋଲି ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପୁଲିସ ଜବତ କରିଛି। ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଢ଼ିହ ଗ୍ରାମର ବସନ୍ତ ନାୟକ(୨୨ ବର୍ଷ) ହାଇଦ୍ରାବାଦରେ ଚାକିରି କରନ୍ତି। ସେ ଗତ ୮ ଦିନ ହେବ ଗାଁକୁ ଫେରିଛନ୍ତି। ତେବେ ବସନ୍ତଙ୍କର ସଙ୍ଗୁରପା ଗ୍ରାମର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସେହି ଯୁବତୀଙ୍କୁ ରତନପୁର ଗାଁର ଜଣେ ଯୁବକ ମଧ୍ୟ ଭଲ ପାଆନ୍ତି। ଗତକାଲି ସନ୍ଧ୍ୟାରେ ବସନ୍ତ ସମ୍ପୃକ୍ତ ଝିଅଙ୍କ ଗାଁ ସଙ୍ଗୁରପାକୁ ଯାଇ ପେରୁଥିବା ବେଳେ ବରପାଲି ବଜାର ଉପରେ ଯୁବତୀଙ୍କ ଅନ୍ୟ ପ୍ରେମିକଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ନିଜ ରାସ୍ତାରେ ଚାଲି ଯାଇଥିଲେ। ଆଜି ସକାଳେ ସଙ୍କୁରପା ଗାଁ
ନିକଟରେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ପରିବାର ଲୋକେ ସୂଚନା ପାଇଥିଲେ। ତେଣୁ ଏହି ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ବୋଲି ପଟ୍ଟାମୁୁଣ୍ଡାଇ ଥାନା ଇନ୍‌ସପେକ୍ଟର ପ୍ରମୋଦ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର