ନୟାଗଡ଼: ଯୁବକଙ୍କୁ ହତ୍ୟା

ନୟାଗଡ଼: ଗତକାଲି ରାତିରେ ନୟାଗଡ଼ା ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଥୀପୁର ଗ୍ରାମର ଭଗବାନ ନାୟକ ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଦଶପଲା ଥାନା ଟାକେରା- ବୁଗୁଡ଼ା ଗ୍ରାମ ମଧ୍ୟରେ ଥିବା କରଡ଼ପିଟା ଘାଟି ନିକଟରେ ଶ୍ରୀ ନାୟକଙ୍କୁ ହତ୍ୟା କରି ଫିଙ୍ଗି ଦେଇ ପଳାଇଛନ୍ତି। ଖବର ପାଇ ଦଶପଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଶ୍ରୀ ନାୟକଙ୍କ ମୁଣ୍ଡକୁ କୌଣସି ଠେଙ୍ଗା କିମ୍ବା ଲୁହା ରଡ଼୍‍ରେ ପିଟି ହତ୍ୟା କରିବା ପରେ ଦୂର୍ବୃତ୍ତମାନେ ହତ୍ୟାକାଣ୍ଡ ସ୍ଥଳରୁ ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ଶ୍ରୀ ନାୟକଙ୍କ ବେକରେ ଗାମୁଛା ବାନ୍ଧି ମୃତଦେହକୁ ଘୋଷାଡ଼ି ନେଇଛନ୍ତି। ପରେ ସେହିପରି ଅବସ୍ଥାରେ ଫିଙ୍ଗି ଫେରାର ହୋଇ ଯାଇଛନ୍ତି। ହତ୍ୟାକାଣ୍ଡ ସ୍ଥଳରେ ଖାଲି ମଦ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପଟିଥିବାରୁ ଦୁର୍ବୃତ୍ତମାନେ ମଦ୍ୟପାନ କରିବା ପରେ ଏହି କାଣ୍ଡ କରିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର