କଟକ: ପୁଲିସ ଗୁଳିରେ ଅଭିଯୁକ୍ତ ଗୁରୁତର

କଟକ: କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ଠାରେ ପୋଲିସ ଗୁଳିରେ ଯୁଗ ଓରଫ୍‌ ବସିର ଖାଁ ନାମକ ଜଣେ ଅଭିଯୁକ୍ତ ଗୁତର ଭାବେ ୍ରାହତ ହୋଇଛନ୍ତି। ଯୁଗଙ୍କ ଡାହାଣ ଗୋଡ଼ ଆଣ୍ଠିୁରେ ଗୁଳି ବାଜିଛି। ଆହତ ଯୁଗଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଠାରୁ ୩ଟି ବୋମା ଜବତ କରାଯାଇଛି।
ଗତକାଲି ରାତିରେ ଯୁଗକୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ଵାଡ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ।ମାତ୍ର ଯୁଗ ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା।ଯୁଗ ନାମରେ ବିଭିନ୍ନ ଥାନାରେ ବିଭିନ୍ନ ଅପରାଧିକ ମାମଲା ଥିବା ସଦର ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର