ବୁଗୁଡ଼ାରେ ଚାଞ୍ଚଲ୍ୟ : ବାହାଘରର ୧୨ ଦିନ ପରେ ପ୍ରେମିକାର ତଣ୍ଟିକାଟି ହତ୍ୟା କଲା ପ୍ରେମିକ

ବୁଗୁଡ଼ା/ଆସ୍କା: ଆଜି ସକାଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବାହାଘରର ୧୨ ଦିନ ପୁରି ନାହିଁ। ସ୍ୱାମୀ ସହିତ ବାପଘରକୁ ବୁଲିବାକୁ ଆସିଥିବା ଜଣେ ନବବଧୁଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତଣ୍ଟିକାଟି ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ଯୁବତୀଙ୍କୁ ତଣ୍ଟି କାଟି ହତ୍ୟା କରି ସାରିବା ପରେ ନିଜେ ମଧ୍ୟ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକ ଜଣକ। ଆଉ ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଗୁଡ଼ା ଥାନା ଅନ୍ତର୍ଗତ କରଡ଼ାବାଡ଼ି ଗାଁର ପବିତ୍ର ଜେନା ସେହି ଗାଁର ବନିତା ପଲେଇଙ୍କୁ ଭଲ ପାଉଥିଲେ। ପବିତ୍ର ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ ଇତିମଧ୍ୟରେ ବନିତାଙ୍କ ପରିବାର ଲୋକେ ବନିତାଙ୍କ ପାଇଁ ବରପାତ୍ର ଯୋଗାଡ଼ କରିଥିଲେ। ଗତ ବାର ଦିନ ତଳେ ବନିତାଙ୍କର ଅନ୍ୟତ୍ର ବାହାଘର ହୋଇଥିଲା। ମାତ୍ର ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ପବିତ୍ର। ତେଣୁ ସେ ବନିତାଙ୍କ ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲେ। ବିବାହର ୧୦ମ ଦିନ ବନିତା ନିଜ ନବବିବାହିତ ସ୍ୱାମୀଙ୍କ ସହିତ ପରମ୍ପରା ଅନୁଯାୟୀ ବାପଘରକୁ ବୁଲିବାକୁ ଆସିଥିଲେ। ବନିତା ଗାଁକୁ ଆସିଥିବା ଜାଣିବା ପରେ ତାଙ୍କୁ ପାଇବା ପାଇଁ ପାଗଳ ପ୍ରାୟ ହୋଇ ଉଠିଥିଲେ ପବିତ୍ର। ଆଉ ଆଜି ସକାଳେ ପବିତ୍ର ବନିତାଙ୍କୁ ଡାକି କଥା ହୋଇଥିଲେ। ମାତ୍ର ପବିତ୍ରଙ୍କ ଏପ୍ରକାର ଅବାସ୍ତବ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ନ ଥିଲେ ବନିତା। ସେ ଆଉ ତାଙ୍କ ଅତୀତକୁ ଫେରିବାକୁ ଚାହୁଁ ନ ଥିବା ବନିତା ପବିତ୍ରଙ୍କୁ କହିବା ପରେ ପାଖରେ ରଖିଥିବା ଏକ କ୍ଷୁରରେ ପବତ୍ର ନବବଧୁ ବନିତାଙ୍କ ତଣ୍ଟିକୁ ହଠାତ କାଟିଦେଇଥିଲେ। ‘ଯଦି ତୁ ମୋର ହେବକୁ ନାହିଁ, ତେବେ କାହାର ହେବୁ ନାହିଁ’ବୋଲି କହି ବନିତାଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ନିଜ ବେକକୁ ସେହି ଧାରୁଆ ଅସ୍ତ୍ରରେ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଷଳ। ଉଭୟଙ୍କୁ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବନିତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘେଶଷଣା କରିଥଲେ।ଗୁରୁତର ପବିତ୍ରଙ୍କୁ ଆସ୍କା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଏ ସମ୍ପର୍କରେ ପୁଲିିସ ଏକ ନରହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର