ମାଲବାହୀ ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକ କଲେ ଆତ୍ମହତ୍ୟା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧୀରୋଡ ନିକଟସ୍ଥ ରେଳ ଲାଇନରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଗାନ୍ଧୀରୋଡର ବାସିନ୍ଦା ସର୍ମି ସା( ବିଟ୍ଟୁ )।

ସୂଚନାଯୋଗ୍ୟ, ସର୍ମି ସା ଗାନ୍ଧୀରୋଡ ନିକଟସ୍ଥ ରେଳ ଲାଇନରେ ମାଲବାହୀ ଟ୍ରେନ୍‌ ଆସୁଥିବା ବେଳେ ତାର ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଟ୍ରେନ୍‌ ଧକ୍କାରେ ସର୍ମିସାଙ୍କ ବେକ କଟି ଯାଇଥିଲା। ତେବେ ଉକ୍ତ ଯୁବକ ଜଣକ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳବାଇ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ସ୍ଥାନୀୟ ବୀରମିତ୍ରପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା।

ସମ୍ବନ୍ଧିତ ଖବର