ଯାଜପୁର: ୧୪ବସ୍ତା ଚୋରା ମାଙ୍ଗାନିଜ୍‌ ଜବତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ରଗଡ଼ି ଅଞ୍ଚଳର ମାଲେରିଆ ଗ୍ରାମ ନିକଟରେ ଥିବା ଏକ ଢ଼ାବାରୁ ପୁଲିସ ସୋମବାର ୧୪ବସ୍ତା ଚୋରା ମାଙ୍ଗାନିଜ ଜବତ କରିଛି । ଜବତ ହୋଇଥିବା ଚୋରା ମାଙ୍ଗାନିଜ ମୂଲ୍ୟ ଲକ୍ଷାଧିକ ଟଙ୍କା  ହେବ ବୋଲି ପୁଲିସ ଅନୁମାନ କରିଛି।

ସୂଚନାଯୋଗ୍ୟ, ପୁଲିସ ଆଜି ଅପରାହ୍ନରେ ବିଶେଷ ସୂତ୍ରରୁ ଏହି ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ସମ୍ପର୍କରେ ଖବର ପାଇଥିଲା। ଏହାପରେ ଆକସ୍ମିକ ମାଲେରିଆ ଗ୍ରାମ ନିକଟରେ ଥିବା ଏକ ଢ଼ାବା ଉପରେ ପୁଲିସ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଯେଉଁ ଗାଡ଼ିରେ ଚୋରା ମାଙ୍ଗାନିଜ ଥିଲା ସେଥିରେ ଥିବା ଦୁଇଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ୧୪ବସ୍ତା ଚୋରା ମାଙ୍ଗାନିଜ ଜବତ କରି ଫେରାର ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର