ସୋସିଆଲ ମିଡିଆରୁ ମଙ୍ଗୁ ମଠ ଉଚ୍ଛେଦ ପ୍ରସଙ୍ଗ ଦେଖିବା ପରେ ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲେ ଅମ୍ରିତସରରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌

ପୁରୀ: ପୁରୀରେ ଭଙ୍ଗା ହେବାକୁ ଥିବା ଶିଖମାନଙ୍କ ପବିତ୍ର ମଙ୍ଗୁ ମଠକୁ ନ ଭାଙ୍ଗିବାକୁ ବାହାର ରାଜ୍ୟରୁ ଚାପ ପଡୁଥିବା ନେଇ ଖବର ଆସିଥିଲା। ତେବେ ମଙ୍ଗୁ ମଠ ଉଚ୍ଛେଦ ପ୍ରସଙ୍ଗକୁ ସୋସିଆଲ ମିଡିଆରେ ଦେଖିବା ପରେ ପଞ୍ଜାବ ଅମ୍ରିତସରରୁ ଏକ ସ୍ୱତନ୍ତ୍ର ଟିମ୍‌ ଆଜି ପୁରୀରେ ଆସି ପହଞ୍ଚିଛନ୍ତି ଏବଂ  ମଙ୍ଗୁ ମଠର ଅନୁଧ୍ୟାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗୁ ମଠ ଶିଖମାନଙ୍କର ,କ  ପବିତ୍ର ମଠ ଓ ଏଥିରେ ଗୁରୁ ନାନାକଙ୍କ ସ୍ମୃତି ଜଡ଼ିତ ଥିବାରୁ ଏହି ମଠକୁ ନ ଭାଙ୍ଗିବାକୁ ପଞ୍ଜାବ ଓ ଦିଲ୍ଲୀର ବିଭିନ୍ନ ମହଲରୁ ଚାପ ପଡ଼ିଥିବା ଜଣାପଡ଼ିଛି। ପୁରୀର ମଙ୍ଗୁ ମଠ ଏକ ପ୍ରାଚୀନ ତଥା ଐତିହ୍ୟ ସଂପନ୍ନ ମଠ। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ମଙ୍ଗୁ ମଠ ନାନକପନ୍ଥୀ ଉଦାସୀନ ସଂପ୍ରଦାୟର ଏକ ମଠ। ଏହାର ପ୍ରତିଷ୍ଠାତା ଶିଖମାନଙ୍କ ଗୁରୁ ନାନକଙ୍କ ପୁତ୍ର ଚାନ୍ଦଜୀ ମହାରାଜ ବୋଲି ଜଣାଯାଏ। ପ୍ରାୟ ୪୫୦ ବର୍ଷ ପୂର୍ବେ ଏହି ମଠର ପ୍ରତିଷ୍ଠା କରାଯାଇଥିଲା। କିଛି ଗବେଷକ ଏହାକୁ ନିଜେ ନାନକ ପ୍ରତିଷ୍ଠା କରିଥିଲେ ଓ ସେ ନିଜେ ଏଠାରେ କିଛି ଦିନ ରହିଥିବା କହିଛନ୍ତି। ତେଣୁ ଶିଖମାନଙ୍କ ଗୁରୁଙ୍କ ସ୍ମୃତି ଜଡିତ ଏହି ମଠକୁ ନ ଭାଙ୍ଗିବାକୁ ଏବେ ଚାପ ପଡ଼ୁଥିବା ଜଣାପଡ଼ୁଛି।

ସମ୍ବନ୍ଧିତ ଖବର