ରାୟଗଡ଼ା: ନିୟମଗିରି ଅଞ୍ଚଳରେ ୪ ମାଓ ପୋଷ୍ଟର, ଲିଙ୍ଗରାଜ ଆଜାଦ୍‌ଙ୍କ ଗିରଫକୁ ବିରୋଧ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ପଞ୍ଚାୟତ ନିୟମଗିରି ଅଞ୍ଚଳରେ ଶୁକ୍ରବାର ୪ଟି ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗି ଥବା ଦେଖାଯାଇଛି। ଏଥିରେ ମାଓ ସଂଗଠନ ବାଂଶଧରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ସମାଜ ସେବୀ ତଥା ନିୟମଗିରି ସୁରକ୍ଷା ମଞ୍ଚର ଆବାହକ ଲିଙ୍ଗରାଜ ଆଜାଦ୍‌ଙ୍କ ଗିରଫକୁ ବିରୋଧ, ଜନ ଆନ୍ଦୋଳନର ସ୍ୱରକୁ ଚାପିଦେବା ପାଇଁ ସରକାରଙ୍କ ଫାଶୀବାଦୀ ଆକ୍ରମଣକୁ ବିରୋଧ କରାଯାଇଛି। ଜନ ବିରୋଧି ନବୀନ ଓ ନରେନ୍ଦ୍ର ମୋଦି ସରକାରଙ୍କୁ ମୂର୍ଦାବାଦ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର