ନୂଆପଡ଼ା ଜିଲ୍ଲାରେ ମାଓ ପୋଷ୍ଟର, ବାଘ ଅଭୟାରଣ୍ୟକୁ ବିରୋଧ

ନୂଆପଡ଼ା: ବହୁ ଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲ୍ଳାରେ ପୁଣି ଥରେ ମାଓବାଦୀମାନେ ନିଜର ଉପସ୍ଥିତ ଜାହିର କରିଛନ୍ତି। ଜିଲ୍ଲାର ଧରମବନ୍ଧା ଥାନା ଅଞ୍ଚଳରେ ଶୁକ୍ରବାର ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଲିଛି। ଏହି ପୋଷ୍ଟରରେ ମେନପୁର ଓ ନୂଆପଡ଼ା ଡିବିଜନ କମିଟି ‘ଭାରତ କି କମ୍ୟୁନିଷ୍ଟ ପାର୍ଟି’ ବୋଲି ଉଲ୍ଲେଖ ରହିଛି।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ହେବାକୁ ଥିବା ବାଘ ଅଭୟାରଣ୍ୟକୁ ବିରୋଧ କରିବା ସହ ଜଳ, ଜଙ୍ଗଲ ଓ ଜମି ଉପରେ ଜନତାଙ୍କ ଅଧିକାର ରହୁ। ସୁନାବେଡ଼ା ଅଭୟାରଣ୍ୟରେ ଥିବା ପୁଲିସ କ୍ୟାମ୍ପ ହଟାଯାଉ, ଲୋକମାନେ ବିସ୍ଥାପନକୁ ବିରୋଧ କରନ୍ତୁ। ଅଭୟାରଣ୍ୟ ନାମରେ ଖଣିଜ ସଂମ୍ପଦ ଲୁଣ୍ଠନ ବିରୋଧରେ ଆନ୍ଦୋଳନକୁ ତୀବ୍ର କରାଯାଉ। ସେହିପରି ଲୋକେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ବିରୋଧ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ଏହି ପୋଷ୍ଟର ଧରମବନ୍ଧା ଓ ପଣ୍ଡରିପାଣି ଗ୍ରାମ ମଝି ରାସ୍ତାରେ ପଡିିଥିବା ଦେଖିବାକୁ ମିଲିଥିଲା। ଧରମବନ୍ଧା ପୁଲିସ ଏହି ପୋଷ୍ଟରକୁ ଜବତ କରିଛି। ଧରମବନ୍ଧା ଅଞ୍ଚଳରେ ବହୁଦିନ ପରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଲିଛି। ପୋଷ୍ଟରରୁ ଅନୁମାନ କରାଯାଉଛି ଯେ, ପୁଣିଥରେ ମାଓବାଦୀମାନେ ପୁଲିସଙ୍କୁ ଚେଲେଞ୍ଜ କରୁଛନ୍ତି।

ସମ୍ବନ୍ଧିତ ଖବର