ନୂଆପଡ଼ା: ଏସଓଜି ଜବାନଙ୍କ ଦ୍ୱାରା ମାଓ କ୍ୟାମ୍ପ ଠାବ, ବହୁ ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡ଼ାର ପତ୍ରଧରା ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଏକ ମାଓକ୍ୟାମ୍ପକୁ ସୁରକ୍ଷା ବାହିନୀ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛନ୍ତି। ସେଠାରୁ ବହୁ ପରିମାଣର ଟିଫିନ ବୋମା, ବାରୁଦ, ବୋମାତିଆରି ଯନ୍ତ୍ରପାତି, ଡେଟୋନେଟର ସହିତ ବହୁ ସମାଗ୍ରୀ ଜବତ କରାଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଚାଲିଥିିବା ନେଇ ନୂଆପଡ଼ା ଏସପି ଠୋସ ସୂଚନା ପାଇବା ପରେ ୬ଟି ଏସଓଜି ଟିମ୍‌କୁ କମ୍ବିଂ ଅପରେସନ୍‌ ପାଇଁ ନିୟୋଜିତ କରିଥିଲେ। ଫେବ୍ରୁଆରିି ୧ ତାରିଖରୁ ଏହି କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। ୩ ତାରିଖ ରାତିରେ ବୋଡେନ୍‌ ଥାନା ଖପତାର ଗାଁ ନିକଟରେ ଏହି ମାଓ କାମ୍ପକୁ ସୁରକ୍ଷା କର୍ମଚାରୀମାନେ ଠାବ କରିଥଲେ। ତେବେ ଏସଓଜି ଜବାନଙ୍କୁ ଦେଖି ମାଓବାଦୀମାନେ ଘଟଣାସ୍ଥଳରୁ ଲୁଚି ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିିଲେ। ପରେ ସେଠାରୁ ୫ କେଜି ଓଜନ ବିଶିଷ୍ଟ ୫ଟି ଟିଫିନ ବୋମା, ଗନ୍‌ ପାଉଡର, ବିଦ୍ୟୁତ ତାର, ଡିଭିଡି, ଡେଟୋନେଟର ପ୍ରଭୃତି ବହୁ ମାଓ ସାମଗ୍ରୀ ଓ ତାଲିମ ଉପକରଣ ଜବତ କରାଯାଇଛି।

ସମ୍ବନ୍ଧିତ ଖବର