ନୂଆପଡ଼ା: କୋର୍ଟ ପରିସରରୁ ପୁଲିସକୁ ଧକ୍କା ଦେଇ ହାର୍ଡକୋର୍‌ ମାଓବାଦୀ ଚମ୍ପଟ

ନୂଆପଡ଼ା: ନୂଆପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପାଇଁ ଆସିଥିବା ଜଣେ ହାର୍ଡକୋର୍‌ ମାଓବାଦୀ ପୁଲିସକୁ ଧକ୍କା ମାରି ଚମ୍ପଟ ମାରିଛି।

ସୂଚନାଯୋଗ୍ୟ,  ଚଳିତ ବର୍ଷ ମେ’ ୩୦ ତାରିଖରେ ଛତିଶଗଡ଼ ବିଜାପୁର ଅଞ୍ଚଳର ହାର୍ଡକୋର୍‌ ମାଓବାଦୀ ମନୋଜ ମାଡ଼କାମୀକୁ ଗିରଫ କରାଯାଇ ନୂଆପଡ଼ା ସବ୍‌ଜେଲରେ ରଖାଯାଇଥିଲା। ମନୋଜ ନାମରେ ଓଡ଼ିଶା ଓ ଛତିଶଗଡ଼ରେ ବହୁ ଅପରାଧିକ ମାମଲା ରହିଛି। ତା’ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା।

ସୋମବାର ନୂଆପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ପାଇଁ ନିଆଯାଇଥିଲା। ମଧ୍ୟାହ୍ନ ୧୨ଟାରେ ମନୋଜକୁ କୋର୍ଟ ପରିସରରେ ଥିବା ହାଜତରେ ରଖାଯାଇଥିଲା। ଅପରାହ୍ନ ସମୟରେ ଦୁଇ ଜଣ ପୁଲିସ କର୍ମଚାରୀ ମନୋଜକୁ ଧରି କୋର୍ଟକୁ ନେଉଥିବା ସମୟରେ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରି ପାଚେରୀ ଡେଇଁ ଚମ୍ପଟ ମାରିଥିଲା। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମନୋଜ ମାଓବାଦୀ ସଙ୍ଗଠନ ବରଗଡ଼-ବଲାଙ୍ଗିର-ମହାସମୁହ ଡିଭିଜନର ସଦସ୍ୟ ଥିଲା।

ସମ୍ବନ୍ଧିତ ଖବର