ମାଲକାନଗିରି: ଠିକାଦାର କ୍ୟାମ୍ପର ଜେସିବି ସହିତ ୬ଟି ଗାଡ଼ି ପୋଡ଼ିଦେଲେ ମାଓବାଦୀ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ଖଇରପୁଟ୍‌ ବ୍ଲକ୍‌ ଅନ୍ତର୍ଗତ ବଣ୍ଡା ଘାଟି ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର ସଂସ୍ଥାର କ୍ୟାମ୍ପ ଉପରେ ଗତକାଲି ମାଓବାଦୀମାନେ ଆକ୍ରମଣ କରିଛନ୍ତି। କ୍ୟାମ୍ପରେ ଥିବା ୧୫ରୁ ଊର୍ଧ୍ୱ କର୍ମଚାରୀଙ୍କୁ ମାଡ଼ମାରି ମାଓବାଦୀମାନେ ସେଠାରୁ ସେମାନଙ୍କୁ ତଡ଼ି ଦେବା ସହିତ ସେଠାରେ ଥିବା ଜେସିବି, ଟ୍ରାକ୍ଟର, ମିକ୍ସଚର ମେସିନ ଆଦି ୬ଟି ଗାଡ଼ି ପୋଡ଼ି ଦେଇଛନ୍ତି। ଗତ ସପ୍ତାହରେ ଚିତ୍ରାକାଣ୍ଡାରେ ପୁଲିସ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିବା ପରେ ମାଓବାଦୀମାନେ ଅଧିକ କ୍ଷୁବ୍ଧ ହୋଇ ଉତ୍ପାତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର