ମାଲକାନଗିରି:  ୩ଟି ବସ, ୩ଟି ଟ୍ରକ୍‌କୁ ପୋଡ଼ିଦେଲେ ମାଓବାଦୀ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସୀମାନ୍ତରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି।   ଓଡ଼ିଶାର ପଡ଼ିଆ ବ୍ଲକ୍‌ ଓ  ଛତିଶଗଡ଼ର ସୁକମା ଜିଲ୍ଲା ଦର୍ନାପାଲି ବ୍ଲକ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ମାଓବାଦୀମାନେ ୩ଟି ବସ୍‌ ଓ ୩ଟି ଟ୍ରକ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ପ୍ରାୟ ୫୦ରୁ ଊର୍ଧ୍ୱ ସଶସ୍ତ୍ର ମାଓବାଦୀ  ବସ୍‌ର ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌୍‌ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ଗତକାଲି ସନ୍ଧ୍ୟାରେ ପ୍ରଥମ ଥର ପାଇଁ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦକୁ ଯାଉଥିବା ବସଟିକୁ ମଧ୍ୟ  ମାଓବାଦୀମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର