ମାଲକାନଗିରି: ସରପଞ୍ଚ ସ୍ୱାମୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲା ବଡ୍‌କୋ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇ ତଣ୍ଟି କାଟି ହତ୍ୟା କରିଛନ୍ତି। ପୁଲିସ ଇନ୍‌ଫରମର ସନ୍ଦେହରେ ମାଓବାଦୀମାନେ ଏହି ବର୍ବର କାଣ୍ଡ ଘଟାଇଥିବା ସୁକ୍‌ମା ଏସ ପି ଅଭିଷେକ ମୀନା କହିଛନ୍ତି।
ଏସ ପି ଶ୍ରୀ ମୀନାଙ୍କ କହିବା ଅନୁଯାୟୀ, ବଡ଼କୋ ସରପଞ୍ଚଙ୍କ ସ୍ୱାମୀ କଲମୁ ଧୁର୍ବା ଗତକାଲି ରାତିରେ ଦୀପାବଳୀ ପାଇଁ ଘରେ ଥଲେ। ବିଳମ୍ବିତ ରାତିରେ ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ବଡ଼କୋ ଗାଁରେ ପହଞ୍ଚି ଶ୍ରୀ ଧୁର୍ବାଙ୍କୁ ଘର ଭିତରୁ ଯୋର ଜବରଦସ୍ତ ଉଠାଇ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ପୁଲିସ ଇନ୍‌ଫରମର ସନ୍ଦେହରେ ନିର୍ଧୁମ ପିଟିବା ପରେ ତାଙ୍କ ତଣ୍ଟିକୁ କାଟି ହତ୍ୟା କରିଥିଲେ। ଏ ନେଇ ସୂଚନା ପାଇବା ପରେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ଏସ ପି ଶ୍ରୀ ମୀନା କହିଛନ୍ତି।

ସମ୍ବନ୍ଧିତ ଖବର