ଫୁଲବାଣୀ: ରାସ୍ତା ନିର୍ମାଣକୁ ବିରୋଧ, ୩ ଟ୍ରାକ୍ଟର, ଗୋଟିଏ ଜେସିବି ପୋଡ଼ିଲେ ମାଓବାଦୀ

ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରୀୟ ହୋଇ ଉଠିଛନ୍ତି ମାଓବାଦୀ। ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ  ବାଲିମାହା- ଗୁମୁଡ଼ିମାହା ମଧ୍ୟରେ ନିର୍ମାଣାଧୀନ ଆରଡି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ମାଓବାଦୀମାନେ ଏହି ରାସ୍ତାର ଠିକା କାମ ନେଇଥିବା ଠିକାଦାର ସଂସ୍ଥାର ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ପୋଡ଼ି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତିରେ ୪୦ରୁ ଅଧିକ ମାଓବାଦୀ  ବାଲିଗୁଡ଼ା ବ୍ଲକ୍‌  ବାଲିମାହା ନିକଟରେ ଠିକାଦାରଙ୍କ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ। ସେମାନ କ୍ୟାମ୍ପ୍‌ରେ ଥିବା ଠିକାଦାରଙ୍କ ମ୍ୟାେନେଜରଙ୍କୁ ମାଡ଼ ମାରିବା ସହିତ ସେଠାରେ ଥିବା ଗାଡ଼ିମୋଟରରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ସେଠାରେ ଏକ ମାଓ ପୋଷ୍ଟର ଛାଡ଼ି ଚାଲି ଯାଇଥିଲେ। ଏଥିରେ ବାଲିମାହା- ଗୁମୁଡ଼ୁମାହା ରାସ୍ତା ନିର୍ମାଣକୁ ସେମାନେ ବିରୋଧ କରି ଟ୍ରାକ୍ଟର, ଜେସିବି ପୋଡ଼ିଥିବା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର