ମୟୂରଭଞ୍ଜରେ କଡ଼ାକଡ଼ି ଲାଗୁହେଲା ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିବା ନିୟମ

୨୨ ମାମଲା ରୁଜୁ, ୨୯ ଗିରଫ, ୧୩୫ ଗାଡି ଜବତ

ବାରିପଦା: ମୟୂରଭଞ୍ଜରେ ଲକଡାଉନ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି। ଆଜି ଏନେଇ ସାରା ଜିଲ୍ଲାରେ ୨୨ଟି ମାମଲା ରୁଜୁ କରାଯାଇଛି। ତନ୍ମଧ୍ୟରୁ ଲକଡାଉନ ନିୟମ ଭାଙ୍ଗିଥିବାରୁ ୧୬ଟି ମାମଲା ରୁଜୁ କରାଯାଇଥିବାବେଳେ ସାମାଜିକ ଦୂରତା ନିୟମ ଭାଙ୍ଗିଥିବାରୁ ୨ଟି ଏବଂ ମାସ୍କ ପିନ୍ଧିନଥିବାରୁ ୪ଟି ମାମଲା ରୁଜୁ କରାଯାଇଛି। ଏହି କ୍ରମରେ ୨୯ଜଣଙ୍କୁ ଗିରଫ କରାଯାଇ ବେଲ୍ରେ ଛଡ଼ାଯାଇଛି। ସେହିପରି ୧୩୫ଟି ଗାଡି ଜବତ କରାଯିବା ସହିତ ୨୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୁଲିସ୍ ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର ସୂଚନା ଦେଇଛନ୍ତି।

ମାସ୍କ ପିନ୍ଧିନଥିବାରୁ ବାରିପଦାରେ ୪ ଗିରଫ

ଜିଲ୍ଲା ସଦରମହକୁମା ବାରିପଦାରେ ମାସ୍କ ନପିନ୍ଧି ବୁଲିବା ମହଙ୍ଗା ପଡ଼ିଛି। ଏଥିପାଇଁ ବାରିପଦା ଟାଉନ୍ ଥାନା ପୁଲିସ୍ ୪ଜଣଙ୍କୁ ଗିରଫ କରିଛି। ସେହିପରି ସାମାଜିକ ଦୂରତା ନିୟମ ପାଳନ କରୁନଥିବାରୁ ଟ୍ରାଫିକ୍ ଛକ ନିକଟରେ ଥିବା ଏକ ଓମ୍ଫେଡ ପାର୍ଲର ମାଲିକଙ୍କୁ ଗିରଫ କରାଯାଇଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ସେହିପରି ୧୩ଟି ଗାଡି ଜବତ କରାଯିବା ସହିତ ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର