ଫୁଲୁଛି ବୁଢ଼ାବଳଙ୍ଗ: ବିପଦସଙ୍କେତ ତଳେ ପାଣି, ମୟୂରଭଞ୍ଜରେ ହାରାହାରି ୨୮.୬୪ ମିମି ବର୍ଷା
ବେତନଟୀରେ ସର୍ବାଧିକ ୭୮, ବାରିପଦାରେ ୭୫ ମିମି
ବାରିପଦା: ମୟୂରଭଞ୍ଜରେ ଆଜିସୁଦ୍ଧା ମୋଟ ୭୪୪.୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବେତନଟୀରେ ସର୍ବାଧିକ ୭୮ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୭୫, ଶୁଳିଆପଦାରେ ୭୦, ଶ୍ୟାମାଖୁଣ୍ଟାରେ ୩୮, ବଡ଼ସାହିରେ ୫୪, ମୋରଡ଼ାରେ ୬୨, ରାସଗୋବିନ୍ଦପୁରରେ ୫୨.୪, କୁଳିଅଣାରେ ୩୭.୩, ସାରସକଣାରେ ୨୧, ବାଙ୍ଗିରିପୋଷିରେ ୩୩.୮, ଖୁଣ୍ଟାରେ ୨୦, ଗୋପବନ୍ଧୁନଗରରେ ୨୦, ଉଦଳାରେ ୩୫, କପ୍ତିପଦା ୪୦, ବିଶୋଇ ୧୦, ବିଜାତଳାରେ ୬, ରାଇରଙ୍ଗପୁରରେ ୧୫, କୁସୁମୀରେ ୧୮, ଜାମ୍ଦା ୧୫, ବହଳଦା ୧୦.୬, ତିରିଂରେ ୮.୨, ଯଶୀପୁରରେ ୫, କରଞ୍ଜିଆରେ ୯, ଠାକୁରମୁଣ୍ଡାରେ ୭.୩ ମିମି ବର୍ଷା ରେକର୍ଡ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକୃଳି ଓ ରରୁଁଆ ବ୍ଲକ୍ରେ ସର୍ବନିମ୍ନ ୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାର ବୁଢ଼ାବଳଙ୍ଗ(ଅସ୍ତିଆ) ନଦୀ ଜଳସ୍ତର ବୃଦ୍ଧି ପାଉଛି। ମାତ୍ର ସନ୍ଧ୍ୟାସୁଦ୍ଧା ଏହା ବିପଦସଙ୍କେତ ୩୦.୯୨ ତଳେ ପ୍ରବାହିତ ହେଉଥିବା ଜିଲ୍ଲା ଜରୁରୀକାଳୀନ କକ୍ଷରୁ ସୂଚନା ମିଳିଛି। ସେହିପରି ଜାତୀୟ ରାଜପଥ-୫(ଗୋବିନ୍ଦପୁର) ନିକଟରେ ବୁଢ଼ାବଳଙ୍ଗ ମଧ୍ୟ ବିପଦସଙ୍କେତ ତଳେ ଅଛି।
ରାଜଘାଟ ନିକଟରେ ସୁବର୍ଣ୍ଣରେଖା, ଜୟପୁର ନିକଟରେ ସୁନୋ ଏବଂ ବାଲିମୁଣ୍ଡୁଳି ନିକଟରେ ଗଙ୍ଗାହାର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଗଚ୍ଛିତ ଥିବା ପାଣି ମଧ୍ୟ ଜିଲ୍ଲାପାଇଁ କୌଣସି ବିପଦର ସଙ୍କେତ ନାହିଁ ବୋଲି ସୂଚନା ମିଳିଛି। କାଳ, ସୁନେଇ, ହଳଦିଆ, ଜମ୍ଭୀରା,ଖଡ଼ାଖାଇ, ନେଶା ଏବଂ ବାଙ୍କବଳ ଜଳଭଣ୍ଡାରର ପଟୁ ମଧ୍ୟ କୌଣସି ବିପଦର କାରଣ ନାହିଁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶ। ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା ରେକର୍ଡ କରାଯାଇଛି।