ଅବକାରୀ ଚଢ଼ଉ: ୩ ମହିଳା ସହ ୭ ଗିରଫ

କରଂଜିଆ: କରଂଜିଆ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ୍‌ ମଦ କାରବାର କରୁଥିବା ୩ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମୋଟ୍‌ ୪୭ ଲିଟର ମଦ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସଲରାପଦା ଗ୍ରାମର ଅନୁପମା ନାୟକ(୪୦), ରାଇମଣି ମାଝୀ(୫୦), ନରେନ୍ଦ୍ର ମାଝୀ, ଶିଆଳିନଈ ଗ୍ରାମର ରାମ ସିଙ୍କୁ, ପ୍ରଫୁଲ୍ଲ ହୋ, ମୁର୍ଗାପାଟ ଗ୍ରାମର ସଜନ ସଏ, ସାରଙ୍ଗଗଡ଼ ଗ୍ରାମର ଚାନ୍ଦ ସାମାଡ଼। ଏମାନେ ଚୋରାରେ ମଦ ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ଜିଲ୍ଲା ଅବକାରୀ ଅଧୀକ୍ଷକ ରବୀନ୍ଦ୍ର ନାଥ ସାହୁଙ୍କ ନିର୍ଦେଶରେ ଇନ୍‌ସପେକ୍ଟର ସେକ୍‌ ଆଜାଦ୍‌ ମହମ୍ମଦ ନେତୃତ୍ୱରେ ଏସ୍‌ଆଇ ରବିନାରାୟଣ ପ୍ରଧାନ, କ୍ଷିତୀଶ ଦାସ, ଏଏସ୍‌ଆଇ ଶରତ ଚନ୍ଦ୍ର ବାରିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର