ବାରିପଦା: ୧୮ ଫୁଟିଆ ଅହିରାଜ ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଳାର ବାରିପଦା ସ୍ନେକ୍‌ ହେଲ୍‌ପ ଲାଇନ୍‌ ପକ୍ଷରୁ ଡୁକୁରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହାତୀକୋଟ ଜଙ୍ଗଲରୁ ଏକ ୧୮ ଫୁଟିଆ ଅହିରାଜ (କିଙ୍ଗ୍‌ କୋବ୍ରା) ସାପ ଉଦ୍ଧାର କରାଯାଇ ଶିମିଳିପାଳରେ ଛାଡ଼ି ଦିଆଯାଇଛି। ସ୍ନେକ୍‌ ହେଲ୍‌ପ ଲାଇନ୍‌ର ମୁଖ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କ ଦ୍ଵାରା ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ହାତୀକୋଟ ଜଙ୍ଗଲରୁ ଏହି ବିରାଟ ସାପଟି ଧରାଯାଇଥିଲା। ଡୁକୁରା ବନ ବିଭାଗ ଏହି ସାପଟି ସଂପର୍କରେ ସୂଚନା ପାଇଥିଲେ ମଧ୍ୟ ସେମାନଙ୍କର କୌଣସି କର୍ମଚାରୀ ସାପଟିକୁ ଧରିବାରେ ସଫଳ ହୋଇପାରି ନଥିଲେ। ଶେଷରେ ସେମାନେ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ମୁଖ୍ୟ କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଖବର ଦେବାପରେ କୃଷ୍ଣଚନ୍ଦ୍ର ବହୁ କଷ୍ଟରେ ସାପଟିକୁ ଧରିବାରେ ସମର୍ଥ ହୋଇଥିଲେ।

ସୂଚନାଯୋଗ୍ୟ, କୃଷ୍ଣଚନ୍ଦ୍ର ପୂର୍ବରୁ ଏସ୍‌ଟିଆର୍‌ (ଶିମିଳିପାଳ ଟାଇଭର ରିଜର୍ଭ)ର ରେସ୍‌କ୍ୟୁ ଟିମ୍‌ରେ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ତାଙ୍କୁ ଏସ୍‌ଟିଆର୍‌ ପଦରୁ କାଢ଼ି ଦେଇଛନ୍ତି। ମାତ୍ର ନିଜ ବିଭାଗରେ କୌଣସି ସାପ ଧରାଳି ନଥିବାରୁ ବାଧ୍ୟ ହୋଇ କୃଷ୍ଣଚନ୍ଦ୍ରଙ୍କ ଉପରେ ସାପ ଧରିବା ନେଇ ନିର୍ଭର କରିବାକୁ ପଡୁଛି। ଏଠାରେ ପ୍ରଶ୍ନ ଉଠୁଛି, କାହିିଁକି କୃଷ୍ଣଚନ୍ଦ୍ରଙ୍କୁ ପଦବୀରୁ ବାହାର କରି ଦିଆଗଲା ଏବଂ ଏବେ ପୁଣି କାହିିଁକି ତାଙ୍କୁ ସାପ ଧରିବାକୁ ଡାକୁଛନ୍ତି? ଏସ୍‌ଟିଆର୍‌ର ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର