ମୟୁରଭଞ୍ଜ: ‘ସୀତାକୁଣ୍ଡ’ରେ ୧୮ ବଙ୍ଗୀୟ ପର୍ଯ୍ୟଟକଙ୍କୁ ସଂଘବଦ୍ଧ ଆକ୍ରମଣ ଓ ନିସ୍ତୁକ ମାଡ ଅଭିଯୋଗ, ମେଡିକାଲରେ ଭର୍ତ୍ତି

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ମନଲୋଭା ପର୍ଯ୍ୟଟନସ୍ଥଳ ‘ସୀତାକୁଣ୍ଡ’କୁ ଯିବା ପାଇଁ ବାହାରଥିବା ୧୮ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ବାରିପଦାରେ ସଂଘବଦ୍ଧ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପରସରରେ ଥିବା ‘ସୀତାକୁଣ୍ଡ’କୁ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରୁ ୧୮ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ସେମାନେ ବାରିପଦାରେ ପହଞ୍ଚିବା ପରେ କିଛି ଯୁବକଙ୍କ ଦ୍ୱାରା ଅଶ୍ଳୀଳ ଇଙ୍ଗିତର ଶିକାର ହୋଇଥିଲେ। ମାତ୍ର ଯୁବକଙ୍କ ଅଶ୍ଲୀଳ ଇଙ୍ଗିତକୁ ପର୍ଯ୍ୟଟକମାନେ ବିରୋଧ କରିଥିଲେ। ସେଥିପାଇଁ ତାଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି।

ଏହି ଘଟଣା ପରେ ପର୍ଯ୍ୟଟକମାନେ ସୀତାକୁଣ୍ଡକୁ ଯାଇଥିଲେ କିନ୍ତୁ ଯୁବକମାନେ ତାଙ୍କର ପିଛା ଛାଡ଼ି ନଥିଲେ। ସେମାନେ ସୀତାକୁଣ୍ଡରେ ମଧ୍ୟ ମାଡ଼ ମାରିଥିବା ସୂଚନା ମିଳିଛି। ପର୍ଯ୍ୟଟକମାନଙ୍କ ଗାଡ଼ିକୁ ଉତ୍ତେଜିତ ଯୁବକମାନେ କ୍ଷତି ପହଞ୍ଚାଇଛନ୍ତି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଆହତ ହୋଇଥିବା ପର୍ଯ୍ୟଟକମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଯୁବକଙ୍କ ମାଡ଼ରେ ପର୍ଯ୍ୟଟକମାନେ ଲହୁଲୁହାଣ ହେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଯୁବଗୋଷ୍ଠୀ ପର୍ଯ୍ୟଟକଙ୍କୁ ଆଜି ଏଭଳି ଅବସ୍ଥା କରିଛନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର