ଏମ୍‌ଭିଆଇ, ଆରଟିଓ ସାଜି ଲୁଟ୍‌ : ଚଢ଼ଉବେଳେ ଧରାପଡ଼ିଲେ ୪ ଅନ୍ତଃରାଜ୍ୟ ଠକ

ସାରସକଣା/ଝାରପୋଖରୀଆ : ମୟୂରଭଞ୍ଜ ଜିଲ୍ଲା ସ‌ାରସକଣା ଥ‌ାନା ଅଧୀନ ଜାମଶୋଳା ନିକଟରୁ ପରିବହନ ବିଭାଗର ଅଧିକାରୀ ସାଜି ଲୋକଙ୍କୁ ଠକୁଥିବା ଏକ ରୢାକେଟ୍‌କୁ ଠାବ କରିଛି ପୁଲିସ। ଏଥିସହ ରୢାକେଟ୍‌ରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜାମଶୋଳା ନିକଟ କୁଅଁରଡ଼ିହି ଗ୍ରାମର ବିଟୁ ବେହେରା(୨୩), ନୂଆଡ଼ିହି ଗ୍ରାମର ଦିଲ୍ଲୀପ ନାଏକ(୩୪), ଭୁରୁଷାଣି ଗ୍ରାମର ଅନନ୍ତ ସୋରେନ(୩୦) ଏବଂ ଅନନ୍ତ ମହାନ୍ତ(୪୫)। ଏମାନେ ଦୀର୍ଘଦିନ ହେଲେ ନକଲି ଏମ୍‌ଭିଆଇ ଓ ଆରଟିଓ ସାଜି ରାଜପଥରେ ଲୋକଙ୍କୁ ଲୁଟୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

ଥାନା ଆଇଆଇସି ଶରତ କୁମାର ମହାଳିକଙ୍କ ସୂଚନା ଅନୁଯାୟୀ, ଜାମଶୋଳାଠାରେ ଏହି ରୢାକେଟ୍‌ ସକ୍ରିୟ ଥିବା ନେଇ ବି‌େଶଷ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବିଭିନ୍ନ ରାଜ୍ୟର ପରିବହନ ବିଭାଗର ଏମ୍‌ଭିଆଇ ଏବଂ ଆର‌୍‌ଟିଓଙ୍କର ଶହ ଶହ ସ˚ଖ୍ୟା‌େର ନକଲି ରବର ଷ୍ଟାମ୍ପ, ବିଭିନ୍ନ ପ୍ରକାର ବିଭାଗୀୟ ସରକାରୀ ନକଲି ଫର୍ମ, ଲେବେଲିଙ୍ଗ ହଲ୍‌ମାର୍କ, ୭ଟି ସିମ୍‌ କାର୍ଡ, କମ୍ପ୍ୟୁଟର, ୬ଟି ଦାମୀ ମୋବାଇଲ୍‌ ସହିତ ୩ ଲକ୍ଷ ୧୨ ହଜାର ନଗଦ ଟଙ୍କା ଜବତ୍‌ କରାଯାଇଥିଲା। ଏ ନେଇ କେସ୍‌ ନ˚ ୧୦୬/୧୮ ଓ ଦଫା ୪୧୯, ୪୨୦, ୩୮୪, ୩୪ ଆଇପିସିରେ ମାମଲା ରୁଜୁ କରିଛି ପୁଲିସ। ୪ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ତେବେ ଏହି ରୢାକେଟ୍‌ରେ ସ˚ପୃକ୍ତ ଥିବା ପ‌େଡ଼ାଶୀ ଝାଡ଼ଖଣ୍ତ ରାଜ୍ୟର ବହଡ଼ାଗୋଡ଼ା ଅ˚ଚଳର ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ କହିଛି। ଏହି ରୢାକେଟ୍‌ କେତେ ଦିନ ଧରି ନକଲି ଏମ୍‌ଭିଆଇ ଓ ଆର୍‌ଟିଓ ସାଜି ଲୋକଙ୍କୁ ଲୁଟିଥିଲେ ଓ ଏହା ପଛରେ ଆଉ କାହାର ସମ୍ପୃକ୍ତି ଅଛି ତାହାର ଛାନଭିନ୍ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର