ମୟୂରଭଂଜ: ୭ମ ଶ୍ରେଣୀ ଛାତ୍ରୀକୁ ଅପହରଣ, ଶୌଚାଳୟରେ ଦୁଷ୍କର୍ମ କଲା ନାବାଳକ!

ବାରିପଦା: ସଦର ଥାନା ଅଂଚଳରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ୧୦ମ ଶ୍ରେଣୀର ଛାତ୍ର ଦ୍ୱାରା ଏହି କାମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ସରସ୍ୱତୀ ପୂଜା ରାତିରେ ନାବାଳକ ପାଚେରି ଡେଇଁ ଆଶ୍ରମ ସ୍କୁଲର ନାବାଳିକା ଛାତ୍ରୀକୁ ଅପହରଣ କରିଥିଲା ଏବଂ ଏହା ପରେ ଏକ ଶୌଚାଳୟକୁ ନେଇ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ନାବାଳିକାର ମାଉସୀ ଥାନାରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର