ବାରିପଦା: ବିଜେଡି ବିଧାୟକ ପ୍ରାର୍ଥୀ ସରୋଜିନୀଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ

ବାରିପଦା/(ରାଜ କିଶୋର ଦାଶ): ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମଙ୍କ ପ୍ରାଥୀପତ୍ର ନାକଚ ପାଇଁ ବାରିପଦା ଉପ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ। ବିଜେପିର ଅଭିଯୋଗ ଅନୁଯାୟୀ ବିଜେଡ଼ି ବିଧାୟିକା ପ୍ରାର୍ଥୀ ତାଙ୍କ ସତ୍ୟପାଠରେ ଦେଇଥିବା ତଥ୍ୟ ଅସଂପୂର୍ଣ୍ଣ।

ସୁପ୍ରିମ୍‌କୋର୍ଟଙ୍କ ନିୟମ ଅନୁଯାୟୀ, ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ସଂପୂର୍ଣ୍ଣ ତଥ୍ୟ ଦେବାକୁ ବାଧ୍ୟ। ମାତ୍ର ଶ୍ରୀମତୀ ହେମ୍ବ୍ରମ ତାଙ୍କ ସତ୍ୟପାଠରେ ଅନେକ ତଥ୍ୟକୁ ଲୁଚାଇଛନ୍ତି। ଯାହାକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ନିର୍ବାଚନ ଅଧିକାରୀ ତଥା ବାରିପଦା ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

ଅଧିକାରୀ ଜଣକ ଏହି ମାମଲରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ନେଇଛନ୍ତି। ବିଜେପିର ଅଭିଯୋଗ ଅନୁଯାୟୀ ବରିଷ୍ଠ ସରକାରୀ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଇଙ୍ଗିତରେ କାମ କରୁଛନ୍ତି। ସରୋଜୀନିଙ୍କ ପ୍ରାର୍ଥୀ ପତ୍ର ନାକଚ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲଇବ ବୋଲି ଚେତାବନୀ ଦେଇଛି।

ଉଲ୍ଲେଖଯୋଗ୍ୟ, ସରୋଜିନୀ ଦାଖଲ କରିଥିବା ନାମାଙ୍କନ ପତ୍ରର ଦୁଇଟି ସେଟ୍‌ ମଧ୍ୟରୁ ପ୍ରଥମଟି ନାକଚ ହୋଇଯାଇଛି। ଦ୍ୱିତୀୟ ନାମାଙ୍କନ ପତ୍ର ସେଟ୍‌ଟି ସଂପୂର୍ଣ୍ଣ ଠିକ୍‌ ଥିବା ଏବଂ କିଛି ତଥ୍ୟ ଲୁଚା ଯାଇନଥିବା ସରୋଜିନୀଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର