ବିଜେପି କର୍ମକର୍ତ୍ତା, କର୍ମୀଙ୍କ ଇସ୍ତଫା

ବେତନଟୀ : ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ଅଣଦେଖାକୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ବହୁ ବହୁ କର୍ମୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ସରପଞ୍ଚ, ସମିତିସଭ୍ୟ ଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଆଜି ବେତନଟୀ ଅଧୀନ ବୁଢ଼ୀଖମାରୀ ଶିବ ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଳୀୟ କର୍ମୀମାନେ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଗୋଟିଏ ପଟେ ଦଳ ‘ମୋ ବୁଥ୍‌ ସବୁଠୁ ମଜବୁତ୍‌’ର ନାରା ଦେଉଛି, ହେଲେ ଗ୍ରାମୀଣ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଅଣଦେଖା କରୁଛି। ଏଇ ଇସ୍ତଫା ନିଶ୍ଚିତ ପକ୍ଷରେ ଦଳ ପାଇଁ ଚିନ୍ତାର କାରଣ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର