ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯାଇ ଡାକ୍ତରଖାନାରେ ପ୍ରାଣ ହରାଇଲେ ପ୍ରବାସୀ ଓଡ଼ିଆ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ୍ ଅନ୍ତର୍ଗତ ଧାତିକିଆ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯାଇ ବାରିପଦା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ମଣଦା ବିଂଉରିଆ ଗ୍ରାମର ବାସିନ୍ଦା ବାବୁଲl ନାୟକ (୩୬) କଲିକତାରୁ ଫେରିଥିଲେ ମଧ୍ୟ ତାଙ୍କର କରୋନା ରିପୋର୍ଟ ନେଗଟିଭ୍ ବାହାରି ଥିଲା l ଧାତିକିଆ ସଙ୍ଗରୋଧ କେନ୍ଦ୍ରରେ ସେ ରହିଥିଲେ। ସଙ୍ଗରୋଧ କେନ୍ଦ୍ରରୁ ଯାଇ ଗାଁକୁ ଫେରିଥିଲେ ବାବୁଲl।

କିନ୍ତୁ ହଠାତ୍ ତାଙ୍କର ଦେହ ଖରାପ ହୋଇଥିଲା। ତା’ପରେ ଗୁରୁତର ଭାବେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ଗତକାଲି ରାତି ନଅଟା ବେଳେ ବାବୁଲl ନାୟକଙ୍କ ମୃତ୍ୟୁ ହୋଇଥିଲା। ଆଜି ଗାଁରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର