ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ସାନମଉଦା ନିକଟରେ ଏକ ବଡ଼ ରେଳ ଦୁର୍ଘଟଣାରୁ ବର୍ତିଗଲା ଡିଏମୟୁ ଟ୍ରେନ!

ବାରିପଦା: ଟାଟା – ବାଦାମପାହାଡ଼ ଦ୍ବିତୀୟ ଡିଏମୟୁ ଟ୍ରେନ ନମ୍ବର ୧୮୪୦୯ ଗୋରୁମହିଷାଣୀ ଷ୍ଟେସନ ଆସୁଥିବା ସମୟରେ ଷ୍ଟେସନ ପହଞ୍ଚିବାର ୨ କି.ମି ପୂର୍ବରୁ ସାନମଉଦା ନିକଟରେ ରେଳ ଧାରଣାଟି ଦୁଇଖଣ୍ଡ ହୋଇଯାଇଥିଲା । ତେବେ ଟ୍ରେନର ଡ୍ରାଇଭର ଏସ.କେ ହେମ୍ବ୍ରମ ଓ ଏସ. ସୋରେନ ଧାରଣାଟି ଦୁଇ ଖଣ୍ଡ ହେଇଯାଇଥିବା ଦେଖିଥିଲେ ଏବଂ ଟ୍ରେନକୁ ଅଟକାଇଥିଲେ । ତେବେ ଟ୍ରେନକୁ ଅଟକାଇନଥିଲେ ଗୋଟେ ବଡ଼ ଦୁର୍ଘଟଣା ଘଟିଥାନ୍ତା । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତିଯାଇଛି ।

ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । ଯାତ୍ରୀମାନେ ୨ କିମି ପାଦରେ ଚାଲିଚାଲି ହନ୍ତସନ୍ତ ହୋଇ ଗୋରୁମହିଷାଣୀ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲେ । ତେବେ ତାହା ମରାମତି ହେଇସାରିବା ପରେ ୨ଘଣ୍ଟା ବିଳମ୍ବରେ ଟ୍ରେନ ଛାଡିଥିଲା। ସୂଚନା ଅନୁଯାୟୀ ୧୫ଦିନରୁ ଅଧିକ ହେବ ରେଳ ଧାରଣା ମରାମତି କାର୍ଯ୍ୟ ଚାଲିଛି କିନ୍ତୁ ଅତି ନିମ୍ନମାନର ମନମୁଖୀ କାର୍ଯ୍ୟ ଚାଲୁଥିବାରୁ ରେଳ ଧାରଣାରେ ଏଭଳି ସମସ୍ୟା ଦେଖାଦେଇଛି । ତେବେ ଗତ ରାତ୍ରିରେ ଗୋରୁମହିଷାଣୀ ଲୌହଖଣିରୁ ଏକ ୱାଗନ ଲୁହାପଥର ନେଇ ଟାଟା ନଗର ଯାଉଥିବା ସମୟରେ ରେଳ ଧାରଣାଟି ୨ ଖଣ୍ଡ ହେଇଯାଇଥିବା ସନ୍ଦେହ କରାଯାଉଛି ।

Image result for dmu train
photo-indianrailwiki

ତେବେ ଏ ସମ୍ବନ୍ଧରେ ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର ଆର.ଆର ଟିଗରଙ୍କ ସହିତ ଯୋଗାଯୋଗ କରିବାରୁ ସେ ସମ୍ବନ୍ଧରେ କିଛି ଜାଣିନଥିବା କହିଥିଲେ । ଏ ସମ୍ବନ୍ଧରେ ଚକ୍ରଧରପୁର ରେଳ ଡିଭିଜନର ଡିଆରଏମଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର