ମୟୂରଭଂଜ: ଆନ୍ଥାକ୍ସ ରୋଗରେ ହାତୀର ମୃତ୍ୟୁ ସଂଦେହ, ରିପୋର୍ଟ ଚାପି ଦେବାକୁ ବନ ବିଭାଗର ଉଦ୍ୟମ!

ବାରିପଦା/ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାର ଶିମିମିପାଳ ଅଭୟାରଣ୍ୟର କୋର ଅଂଚଳରେ ଏକ ୮ ବର୍ଷର ଅଣ୍ଡିରା ହାତୀ ମରିଯାଇଥିବାର ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଏହି ହାତୀ ଗତ ଜାନୁଆରି ୩୦ରେ ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ରିପୋର୍ଟ ଚାପି ଦେବାକୁ ଉଦ୍ୟମ କରିଛି ବୋଲି ଚର୍ଚ୍ଚା ହେଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍‌ଟିଆର)ର ଉପ-ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ହାତୀ ମୃତ୍ୟୁ ନେଇ ‘ପିସିସିଏଫ’କୁ ରିପୋର୍ଟ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ, ରାଜ୍ୟର ଯେକୌଣସି ସ୍ଥାନରେ ହାତୀ ମୃତ୍ୟୁ ହେଲେ ପୋତି ଦିଆଯାଉଥିବା ବେଳେ ଏହି ହାତୀକୁ ପୋଡ଼ି ଦିଆଯିଆଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ପୂର୍ବରୁ ହାତୀର ମଳଦ୍ୱାର, ଆଖି ଓ ପାଟିରୁ ରକ୍ତସ୍ରାବ ହୋଇଥିଲା, ଯାହାକି ଆନ୍ଥାକ୍ସ ରୋଗର ଲକ୍ଷଣ ବୋଲି ପଶୁ ଚିକିତ୍ସକମାନେ ବୋଲି କୁହନ୍ତି। ମାତ୍ର ଘଟଣା ସତ କି ମିଛ ତାହା ବନ ବିଭାଗ ଖୁଲାସା ନ କରି ଚୁପ୍‌ଚାପ୍‌ ହାତୀଟିକୁ ପୋଡ଼ି ଦେଇଛି।

କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟ ନାଳକୁ ଗତ ୧୬ ତାରିଖ ଦିନ ସନ୍ଧ୍ୟାରେ ଏକ ୬ଟିକିଆ ହାତୀ ପଲ ପାଣି ପିଇବା ପାଇଁ ଆସିଥିବା ବେଳେ ହାତୀଟି ପଡି ଯାଇ ଥିଲା। ସେଠାରୁ ଅଉ ଉଠି ପାରିନଥିଲା। କେଉଁ କାରଣ ଯୋଗୁଁ ହାତୀଟି ପଡି ଗଲା ତାହା ସ୍ପଷ୍ଟ ଜଣାପଡ଼ୁ ନଥିବା ବେଳେ ହାତୀ ପାର୍ଶ୍ୱରେ ଏକ ଗୋଲିଆ କଣା ହୋଇ କଳା ହୋଇ ଥିବା ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର